Advertisement
trendingPhotos756254
photoDetails1hindi

ମା' କ୍ଷୀର ଶେଷ କରିଦିଏ କୋରୋନା ଭୂତାଣୁ !

Scmp.com ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବେଜିଂର ଗବେଷକମାନେ ଅଧ୍ୟୟନ ସମୟରେ ମାନବ କୋଷ ଏବଂ ପଶୁ କୋଷ ଉପରେ ମା'ର କ୍ଷୀରକୁ ନେଇ ପରୀକ୍ଷଣ କରିଥିଲେ ।

1/5

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱ କୋରୋନା ସଙ୍କଟ ମଧ୍ୟ ଦେଇ ଗତି କରୁଛି । ଏହି ସମୟରେ ଚୀନ୍‌ର ଗବେଷକମାନେ ଏକ ଅଧ୍ୟୟନରେ ଜାଣିବାକୁ ପାଇଛନ୍ତି ଯେ, ମା' କ୍ଷୀର (mother's milk) ଅଧିକାଂଶ କୋରୋନା ଭୂତାଣୁ (Coronavirus) କୁ ଶେଷ କରିଥାଏ । ଏହାପୂର୍ବରୁ କିଛି ସ୍ୱାସ୍ଥ୍ୟ ଅଧିକାରୀ ଚେତାବନୀ ଦେଇଥିଲେ ଯେ, ସ୍ତନ୍ୟପାନ ମାଧ୍ୟମରେ କୋରୋନା ବିସ୍ତାର କରିପାରେ, କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ କୋରୋନା ପଜିଟିଭ୍ ଥିବା ମା' ମାନେ ଶିଶୁମାନଙ୍କୁ ସ୍ତନ୍ୟପାନ ଜାରି ଉଚିତ ।

2/5

Scmp.com ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବେଜିଂର ଗବେଷକମାନେ ଅଧ୍ୟୟନ ସମୟରେ ମାନବ କୋଷ ଏବଂ ପଶୁ କୋଷ ଉପରେ ମା'ର କ୍ଷୀରକୁ ନେଇ ପରୀକ୍ଷଣ କରିଥିଲେ । ବିଭିନ୍ନ ପ୍ରକାରର କୋଷ ଉପରେ ପରୀକ୍ଷା କରିବା ପରେ ଦେଖାଗଲା ଯେ ଅଧିକାଂଶ ଭୂତାଣୁ ମା'ର କ୍ଷୀର ଯୋଗୁଁ ମରିଯାଉଛନ୍ତି ।

3/5

ବେଜିଂ ବିଶ୍ୱବିଦ୍ୟାଳୟର ପ୍ରଫେସର ଟୋଙ୍ଗ ୟିଗଙ୍ଗ କହିଛନ୍ତି ଯେ, ମା' କ୍ଷୀର ଭାଇରାଲ ସଂଲଗ୍ନକୁ ଅବରୋଧ କରିଥାଏ । ଅନୁସନ୍ଧାନକାରୀ ଦଳ ଶୁକ୍ରବାର ଦିନ biorxiv.org ରେ ଏହି ଅଧ୍ୟୟନ ପ୍ରକାଶ କରିଛନ୍ତି । ଯାହା ଏପର୍ଯ୍ୟନ୍ତ ସମୀକ୍ଷା କରାଯାଇ ନାହିଁ ।

ଅଧିକ ପଢ଼ନ୍ତୁ:-ଉତ୍ତର ପ୍ରଦେଶରେ କଂଗ୍ରେସକୁ ମଜଭୁତ କରିବା ପାଇଁ ଗୁପ୍ତ ଭାବେ ଏହି କାମ କରୁଛନ୍ତି ପ୍ରିୟଙ୍କା

4/5

ଏହାପୂର୍ବରୁ ଜୁନ୍ ମାସରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିଭିନ୍ନ ଦେଶର ୪୬ ଜଣ ମହିଳାଙ୍କ ଉପରେ ଅଧ୍ୟୟନ କରିଥିଲେ, ଯେଉଁମାନେ ନିଜ ପିଲାମାନଙ୍କୁ ସ୍ତନ୍ୟପାନ କରାଉଥିଲେ । ଅଧ୍ୟୟନ ସମୟରେ ଏହା ଜଣାପଡିଥିଲା ​​ଯେ ୩ ଜଣ ମା’ଙ୍କ କ୍ଷୀରରେ ଭାଇରାଲ୍ ଜିନ୍ ମହଜୁଦ ଅଛି, କିନ୍ତୁ ଏଥିରୁ ସଂକ୍ରମଣର କୌଣସି ପ୍ରମାଣ ମିଳିନାହିଁ । କେବଳ ଗୋଟିଏ ଶିଶୁ କୋରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ । କିନ୍ତୁ ଏହା ମଧ୍ୟ ଖାରଜ କରାଯାଇ ନଥିଲା ଯେ ସେହି ଶିଶୁ କୌଣସି ବାହ୍ୟ ଉତ୍ସ ଦ୍ୱାରା ସଂକ୍ରମିତ ହୋଇଛି ।

5/5

ଏଥି ସହିତ ଚୀନ୍ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଫେବୃଆରୀରେ ୱୁହାନରେ କୋରୋନା ପଜିଟିଭ୍ ଥିବା ଅନେକ ମହିଳାଙ୍କୁ ଶିଶୁଙ୍କଠାରୁ ଦୂରେଇ ଦିଆଯାଇଥିଲା । ନବଜାତ ଶିଶୁକୁ ସ୍ତନ୍ୟପାନ କରାଯାଇନଥିଲା । ଯୁକ୍ତରାଷ୍ଟ୍ରର ପ୍ରମୁଖ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ସିଡିସି ମଧ୍ୟ ଚେତାବନୀ ଦେଇଥିଲା ଯେ, କୋରୋନା ପଜିଟିଭ ମା'ମାନେ ଯଦି ସେମାନଙ୍କର ଶିଶୁମାନଙ୍କୁ ସ୍ତନ୍ୟପାନ କରାନ୍ତି ତେବେ ସେମାନେ ସଂକ୍ରମଣର ଶିକାର ହୋଇପାରନ୍ତି ।

ट्रेन्डिंग फोटोज़